ଢେଙ୍କାନାଳ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର, ଆରୋପ ପ୍ରତ୍ୟାରୋପରେ ରୁନ୍ଧି ହେଉଛି ଦଳ

ଢେଙ୍କାନାଳ: ଢେଙ୍କାନାଳରେ ଜୋର ଧରିଛି ବିଜେଡିର ଗୋଷ୍ଠୀ କନ୍ଦଳ। ଦଳର ରାଜ୍ୟ ସମ୍ପାଦକ ଓ ଜିଲ୍ଲା ଏସ୍‌ସି ସେଲ୍ ସଭାପତିଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଜିଲ୍ଲା ଏସ୍‌ସି ସେଲ୍ ସଭାପତି କୈଳାସ ନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ସୁଧିର ସାମଲଙ୍କ ନାଁରେ ଅାଣିଛନ୍ତି ହତ୍ୟା ଧମକ ଅଭିଯୋଗ। ବନ୍ଧୁକ ଲଗାଇ କୈଳାସଙ୍କୁ ହତ୍ୟା କରିବାକୁ ନେଇ ଧମକପୂର୍ଣ୍ଣ ଏକ ଅଡିଓ ଟେପ୍ ଏବେ ସୋଶାଲ ମିଡିଅାରେ ଘୂରି ବୁଲୁଛି।

ଉଭୟ ନେତା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଅା ଅଞ୍ଚଳରେ ଥିବା ଦୁଇଟି ପୃଥକ୍‌ ପୃଥକ୍‌ ଟ୍ରକ୍ ମାଲିକ ସଂଘର ପରିଚାଳନା ଦାୟିତ୍ୱରେ ଅଛନ୍ତି। ଟ୍ରକ୍‌ ମାଲିକ ସଂଘରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କୁହାଯାଉଛି। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କୈଳାସ ନାୟକ ତାଙ୍କ ଜୀବନ ପ୍ରତି ବିପଦ ଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

କୈଳାସ ନାୟକ ଅଭିଯୋଗ କରିଛନ୍ତି ଯେ, ଥାନାରେ ତାଙ୍କ ଏତଲା ରଖାଗଲାନି । ସେ ୪ ଦିନ ହେଲା ଲୁଚିଥିଲେ। ତାଙ୍କୁ ମାରିଦେବାକୁ ପିଲାମାନେ ଆଜି ବି ଖୋଜୁଛନ୍ତି । ସେଥିପାଇଁ ସେ ଜିଲ୍ଲାପାଳ, ଏସ୍‌ପି ଓ ଗଣମାଧ୍ୟମକୁ ଭେଟିଛନ୍ତି।

ସେପଟେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଧିର ସାମଲ ମଧ୍ୟ ଓଟିଭିକୁ ଫୋନ୍‌ ଯୋଗେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମୋର କୌଣସି ଶତ୍ରୁତା ନାହିଁ କି କଥାରେ କୌଣସି ସତ୍ୟାସତ୍ୟ ନାହିଁ। ଅପମର୍ଯ୍ୟାଦା ଲୋକଙ୍କୁ ମର୍ଯ୍ୟାଦା ପଦବିରେ ବସାଇଲେ ସେ ପଦର ମାନହାନୀ ହୁଏ । ସୋସିଆଲ ମିଡିଆରେ ଯିଏ ଯାହା ସବୁ କରୁଛନ୍ତି, ଭବିଷ୍ୟତରେ ସାଇବର ଅପରାଧରେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like