ମାସ୍କ ନପିନ୍ଧିବା ଅଭିଯୋଗରେ ୬ କୋଟି ଟଙ୍କାର ଫାଇନ୍ ଆଦାୟ

ଭୁବନେଶ୍ୱର: ସଚେତନ ନହେଲେ କରୋନା ସଂକ୍ରମଣ ବଢ଼ିବ। ତେଣୁ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ତଥାପି ବହୁ ଲୋକ କଟକଣା ମାନୁନାହାନ୍ତି ବୋଲି କହିଛନ୍ତି ପୋଲିସ୍ ଡିଜି ଅଭୟ। ରାଜ୍ୟରେ କୋଭିଡ୍ କଟକଣା ନମାନିବାରୁ କଟିଛି ୧୫ କୋଟିରୁ ଅଧିକ ଟଙ୍କାର ଫାଇନ୍ ହୋଇଛି। କରୋନା କଟକଣା ନମାନି ଲୋକେ ଏହି ଜରିମାନା ଗଣିଥିବା ଡିଜିପି କହିଛନ୍ତି। କେବଳ ମାସ୍କ ନପିନ୍ଧିବା ଅଭିଯୋଗରେ ୬ କୋଟି ଟଙ୍କା ଫାଇନ୍ କଟିଥିବାବେଳେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୫୫୩ ଜଣଙ୍କୁ ଗିରଫ କରାଯାଇଛି।

ଲକଡାଉନ ସମୟରେ ଥାନାକୁ ନଆସିବାକୁ ପରାମର୍ଶ ଦେଇଛନ୍ତି। କୌଣସି ଆପତ୍ତି ଅଭିଯୋଗ କିମ୍ବା ଏତଲା ଥିଲେ ଟେଲିଫୋନରେ ଜଣାନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

You might also like