ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି : ନବୀନ ଜିନ୍ଦଲ
ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଓ କୋଇଲା ଦରକୁ ନେଇ ଶିଳ୍ପପତି ନବୀନ ଜିନ୍ଦଲ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି ବୋଲି କହିଛନ୍ତି ନବୀନ ଜିନ୍ଦଲ। ଆଜି ସେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି। ନବୀନ କହିଛନ୍ତି, ରାଜ୍ୟରେ ପରିବହନକାରୀ ଦର ବଢାଇ ଚାଲିଛନ୍ତି।
ସାରା ଦୁନିଆରେ ସବୁଠାରୁ ଅଧିକ ଦରରେ କୋଇଲା ଓଡିଶାରୁ କିଣା ଯାଉଛି। କୋଇଲା ବି ଉତ୍ପାଦନରେ ପ୍ରମୁଖ ସମସ୍ୟା ସାଜିଛି। ବର୍ତ୍ତମାନ ଇସ୍ପାତ ଶିଳ୍ପ ସମସ୍ୟା ଘେରରେ ଗତି କରୁଥିବା ନବୀନ କହିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟ ଶାସନ ସଚିବଙ୍କ ସହ ଶିଳ୍ପ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି।