କୋଭିଡ୍ କଟକଣା ସହ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ୟୁନିଟ୍-୩ ପଡ଼ିଆରେ ପାଳନ ହେବ ସ୍ୱାଧୀନତା ଦିବସ। ସୀମିତ ସଂଖ୍ୟକ ଲୋକ ଓ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେବ ଏହି ଦିବସ। ପୋଲିସ ବାହିନୀ ତରଫରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ସଚିବ ଅସିତ୍ କମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କରୋନା ମହାମାରୀ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କିଭଳି କରାଯିବ ସେ ନେଇ ବିଚାରବିର୍ଶ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଓ କରୋନା କଟକଣା ମଧ୍‌ରେ ଏହି ଜାତୀୟ ଦିବସକ ନିରାଡମ୍ବର ଭାବେ ପାଳନ କରାଯିବ। ଏହି ଉତ୍ସବର ସିଧାସଳଖ ପ୍ରସାରଣ ଗଣମାଧ୍ୟମରେ କରାଯିବ।  ଲୋକମାନେ ଘରେ ବସି ଟିଭି ଦେଖିପାରିବେ।

ଆହୁରି ପଢ଼ନ୍ତୁ

You might also like