ଇଣ୍ଡିଗୋ ବିମାନ ବାତିଲ
ଭୁବନେଶ୍ୱର : ବାତ୍ୟା ଫୋନିକୁ ଲକ୍ଷ୍ୟ ରଖି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳାଚଳ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ସମସ୍ତ ବିମାନକୁ କାଲି ପାଇଁ ବାତିଲ କରି ଦିଆଯାଇଛି।
ଆହୁରି ପଢ଼ନ୍ତୁ
ଭୁବନେଶ୍ୱରକୁ ଆସୁଥିବା ଓ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯାଉଥିବା ସମସ୍ତ ୨୪ଟି ବିମାନକୁ ଇଣ୍ଡିଗୋ ଏୟାରଲାଇନ୍ସ ବାତିଲ କରିଦେଇଛି। ଏହାଫଳରେ ଆସନ୍ତାକାଲି ଇଣ୍ଡିଗୋର ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ।