ଓଡ଼ିଶାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ରାଉଲକେଲା: ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିଅମ। ୨୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିଅମରୁ ମ୍ୟାଚ୍ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିଅମ୍ ନେଇ ଆଜି ଘୋଷଣା କରିଛନ୍ତି। ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମିରେ ନିର୍ମାଣ ହେବ ଏହି ହକି ଷ୍ଟାଡିଅମ। ୨୦୨୩ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଏହାପୂର୍ବରୁ ଏଠାରେ ବୃହତ ହକି ଷ୍ଟାଡିଅମ୍ ନିର୍ମାଣ ନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଷ୍ଟାଡିଅମରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉଭୟ ଖେଳାଳି ଓ ଦର୍ଶକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ। ଏଥିସହ ସୁନ୍ଦରଗଡକୁ ହକି ପ୍ରତିଭାଙ୍କ ପାୱାରହାଉସ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ସେତେବେଳେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ।

ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼କୁ ବ୍ୟାପିବ ବିଶ୍ୱକପ୍ ହକି ଫ୍ଲେବର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେପଟେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ତିଆରି କରାଯିବ । ଏହାସହ କଳିଙ୍ଗ ଷ୍ଟାଡିୟମରେ ଏକ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଥିଲା

You might also like