ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ କ୍ରିଷ୍ଣା

ଭୁବନେଶ୍ୱର: ଯୁବକମାନେ ଆଗକୁ ଆସିଲେ ଦେଶ ଆଗକୁ ଯାଏ। ସେ ରାଜନୀତି ହେଉ ବା କଳା କିମ୍ବା ସଂସ୍କୃତି, ଯେଉଁଠି ଯୁବକଙ୍କ ସକାରାତ୍ମକ ଅବଦାନ ରହିଛି ସେ କ୍ଷେତ୍ର ସେତେ ଆଗକୁ ଯାଇଛି।

ଏହି କ୍ରମରେ ଏବେ ଚର୍ଚ୍ଚାରେ ଅଛନ୍ତି ଯୁବ ନିର୍ଦ୍ଦେଶକ କ୍ରିଷ୍ଣା ଡିକେ। ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କ୍ରିଷ୍ଣା । ଏହି ଯୁବ ନିର୍ଦ୍ଦେଶକ ଗଞ୍ଜାମ ଜିଲ୍ଲା ହିଜିଂଳିର ନୃତ୍ୟମ୍ ଅନୁଷ୍ଠାନର ନିର୍ଦ୍ଦେଶକ। ଡିକେ ନିଜ ନିଆରା ଚଳଚ୍ଚିତ୍ର ପାଇଁ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ତାଙ୍କ ନିର୍ମିତ ୬ଟି ଯାକ କ୍ଷୁଦ୍ର ଚଳଚ୍ଚିତ୍ରର ଟାଇଟଲ୍ ‘ଅ’ ଅକ୍ଷରରେ ନାମକରଣ କରିଥିଲେ ଡିକେ। ସେଗୁଡିକ ହେଲା ଅନ୍ତସ୍ୱର, ଅସବର୍ଣ୍ଣ, ଅଭିଳାଷ, ଅଭିପ୍ସା, ଅନୁରାଗ ଓ ଅନନ୍ୟା ।

କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେବା ସହ ‘ଅ’ ଅକ୍ଷରରେ ନାମକରଣ ହୋଇଥିବାରୁ କ୍ରିଷ୍ଣା ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।  ଏ ସବୁ ଚଳଚିତ୍ର ଗଞ୍ଜାମ ହିଞ୍ଜିଳିକାଟୁରେ ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ର ଅଭିଳାଷ ଏବଂ ଅଭିପ୍ସା ବେଶ୍ ନିଆରା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଂଶସା କରିଥିଲେ।

You might also like