କରୋନା ନଷ୍ଟ କରିଦେଲା ଫୁସ୍‌ଫୁସ୍‌: ବଞ୍ଚାଇଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଅଙ୍କିତ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ବଡ଼ ସଫଳତା । ଆମେରିକାରେ ପ୍ରଥମ ଥର ଫୁସଫୁସ୍ ପ୍ରତିରୋପଣ କରି ବିଦେଶରେ ଭାରତର ଗୌରବ ବଢାଇଛନ୍ତି ଡା. ଅଙ୍କିତ ଭାରତ। ଆମେରିକାରେ କରୋନା ସଂକ୍ରମଣରେ ଜଣେ ୨୦ ବର୍ଷିୟ ଯୁବତୀଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତାଙ୍କର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।ଭେଣ୍ଟିଲେଟର ସାହାଯ୍ୟରେ କିଛି ଦିନ ରହିବା ପରେ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିଲା।

ଆମେରିକାର ଚିକାଗୋ ନର୍ଥୱେଷ୍ଟର୍ଣ୍ଣ ମେଡାକାଲରେ ଗତ ଶୁକ୍ରବାର ଦିନ ଯୁବତୀଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା ।ସଂକ୍ରମଣ ଯୋଗୁ ୨ ମାସ ଧରି ରହିବା ପରେ ଏବେ ଯୁବତୀ ଜଣକ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ଆମେରିକାର ପ୍ରଥମ ସର୍ଜରୀ ବୋଲି କୁହାଯାଉଛି।

ଏହି ସଫଳତା ପାଇଁ ଭାରତୀୟ ବଂଶୋଦ୍ଭବ ଡାକ୍ତର ଅଙ୍କିତ ଭାରତଙ୍କୁ ବେଶ ପ୍ରଶଂସା କରାଯାଉଛି । ଉତ୍ତର ପ୍ରଦେଶର ମିରଟରେ ଜନ୍ମ ହୋଇଥିବା ଡାକ୍ତର ଅଙ୍କିତ ଭାରତ  ଏବେ ଆମେରିକାରେ ଥେରାସିସ୍ ସର୍ଜରୀ ଓ ସର୍ଜିକାଲ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।

You might also like