ପାରାଦୀପ ସମୁଦ୍ରରେ ଚାଲିଛି ‘ଡେ ଆଟ୍ ସି’ କାର୍ଯ୍ୟକ୍ରମ

ପାରାଦୀପ: ପାରାଦୀପ ସମୁଦ୍ରରେ ଚାଲିଛି ‘ଡେ ଆଟ୍ ସି’ ଅର୍ଥାତ୍ ସମୁଦ୍ରରେ ଦିନଟିଏ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ଫେବ୍ରୁଆରୀ ୧ ତାରିଖରେ କୋଷ୍ଟଗାର୍ଡର ୪୩ତମ ରେଜିଂ ଡେ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ପାରାଦୀପସ୍ଥିତ କୋଷ୍ଟଗାର୍ଡ ମୁଖ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ସମାଜର ବିଭିନ୍ନ ବର୍ଗରୁ ନିମନ୍ତ୍ରିତ ଅତିଥିମାନଙ୍କୁ ଜାହାଜରେ ସମୁଦ୍ର ଭିତରକୁ ବୁଲାଇ ନିଆଯାଇଛି। ସେଠାରେ କୋଷ୍ଟଗାର୍ଡ ଯବାନମାନେ ଗଭୀର ସମୁଦ୍ରରେ ରଣକୌଶଳ ପ୍ରଦର୍ଶନ କରୁଛନ୍ତି। କୋଷ୍ଟଗାର୍ଡ ଜାହାଜ ସୁଜୟ, ବିଜୟ, ସରୋଜିନୀ ନାଇଡ଼ୁ ସମେତ ୫ଟି ଜାହାଜ ଏବଂ ଡୋନିୟର ବିମାନ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟର ନମୁନା, ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଇବାର କୌଶଳ ଆଉ ଗଭୀର ସମୁଦ୍ରରେ ଦୁଃସାହସିକ ଯୁଦ୍ଧକଳା ଦେଖାଉଛନ୍ତି।

ଭାରତୀୟ ତଟରକ୍ଷୀ ବାହିନୀ ଦେଶର ଜଳସୀମାରେ କିପରି ପହରା ଦେଉଛି ଏବଂ ଅନୁପ୍ରବେଶଠୁ ନେଇ ଜଳପଥରେ ବେଆଇନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି, ତାର ଝଲକ ସାଧାରଣ ନାଗରିକଙ୍କୁ ଅବଗତ କରାଯାଉଛି।

You might also like