ଖୋର୍ଦ୍ଧା: କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସହିଦଙ୍କ ମନେ ପକାଇଛି ପାଇକ ଭୂମି ଖୋର୍ଦ୍ଧା ଜିଲ୍ଲା। ଏଥିପାଇଁ ଜିଲ୍ଲାର ବାଲୁଗାଁ କଲେଜ୍ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜିତ ହୋଇଛି। ଭାରତୀୟ ନୌସେନା ଚିଲିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଥିବା ବେଳେ ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ଯୋଗ ଦେଇଥିଲେ।
ଆଇଏନ୍ଏସ୍ ଚିଲିକାର ବହୁ ଅଧିକାରୀ, ଏମ୍ଇଏସ୍ ଓ ଯବାନମାନେ ସାଇକେଲ୍ ରାଲିରେ ବାଣପୁର ନେହେରୁ ସେବା ସଂଘଠାରେ ପହଞ୍ଚିଥିଲେ। ଓ ଛାତ୍ରଛାତ୍ରୀଙ୍କୁ ନୌସେନା ଯୋଗ ଦେବା ପାଇଁ ଉତ୍ସାହିତ କରିଥିଲେ। ଏହାପରେ ସାଇକେଲ୍ ରାଲି ବାଣପୁରରୁ ବାହାରି ବାଲୁଗାଁ କଲେଜ ପଡ଼ିଆରେ ପହଞ୍ଚିଥିଲା। ଏହି ଅବସରରେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ନୌବାଦ୍ୟ ସହ ବିଭିନ୍ନ ଦେଶାତ୍ମବୋଧକ ଓ ଆଧୁନିକ ଗୀତ ପରିବେଷିତ ହୋଇଥିଲା।