ସହିଦଙ୍କୁ ସଲାମ୍‌ ପାଇଁ ସାଇକେଲ୍‌ରେ ଭାରତ ଭ୍ରମଣ

ଭଦ୍ରକ: ପୁଲଓ୍ୱାମା ଆକ୍ରମଣରେ ସହିଦଙ୍କୁ ସଲାମ୍‌ ଓ ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ କରିବାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣରେ ବାହିରିଛନ୍ତି ଭଦ୍ରକର ବିଭୁତି ପଣ୍ଡା ନାମକ ଜଣେ ଯୁବକ। ସେ ଗତକାଲିଠୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି।

ଭଦ୍ରକରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, କନ୍ୟାକୁମାରୀ ଦେଇ ବେଙ୍ଗଲୁରୁରେ ଶେଷ ହେବ। ୩ ହଜାର କିଲୋମିଟରର୍ ରାସ୍ତାକୁ ୨୨ ଦିନ ଭିତରେ ଅତିକ୍ରମ କରିବେ ବିଭୁତି। ସାଇକେଲ୍‌ ଯାତ୍ରା ବେଳେ ବିଭୁତି ସାଇକେଲ୍ ଚଳାଅ-ଇନ୍ଧନ ବଞ୍ଚାଅ, ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବି ବାର୍ତ୍ତା ଦେଉଛନ୍ତି।

 

You might also like