ଓଡ଼ିଶାରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର

ଭୁବନେଶ୍ୱର: ୧୦ ହଜାର କୋଟି ବ୍ୟୟରେ ଚଣ୍ଡିଖୋଲରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭୟର। ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର। ସେହିପରି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହାର କ୍ଷମତା ୧୫ରୁ ୨୫ ମିଲିଅନ୍ ଟନ୍‌ ବୃଦ୍ଧି ପାଇବ ଓ ଅନୁମୋଦନର ୬ ବର୍ଷରେ ସରିବ।

ରିଫାଇନାରୀର ସଂପ୍ରସାରଣ କାମ ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭୟର ପ୍ରତିଷ୍ଠା ହେବା ନେଇ ସୂଚନା ଦେଇ ସେ କହିଛନ୍ତି। ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ଷ୍ଟୋରେଜ୍ ପ୍ରକଳ୍ପ ହେବ। ସେହିପରି ରାଜ୍ୟରେ ୨୦୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସଚିବ।

ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ ୨୫ଟି ପ୍ରକଳ୍ପରେ ନିବେଶ ହୋଇଛି ୪୩ ହକାର ୩୨୨ କୋଟି ଟଙ୍କା। ଆଉ ୭୭ ହଜାର ୩୨୧ କୋଟି ଟଙ୍କାର ୩୪ଟି ପ୍ରକଳ୍ପ କାମ ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ୯୨ ହଜାର ୫୫୬ କୋଟି ଟଙ୍କା ବ୍ୟୟରେ ଆଉ ୧୦ଟି ବଡ଼ ପ୍ରକଳ୍ପ ଆସିବା ନେଇ ମଧ୍ୟ ପେଟ୍ରୋଲିୟମ ସଚିବ ସୂଚନା ଦେଇଛନ୍ତି।

You might also like