ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ବେଙ୍ଗାଲୁରୁ: ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମନପ୍ରୀତ ନୁହଁନ୍ତି, ତାଙ୍କର ଆଉ ୩ ସାଥୀ ଖେଳାଳି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବେଙ୍ଗାଳୁରୁରେ ଜାତୀୟ କ୍ୟାମ୍ପକୁ ଫେରିଲା ପରେ ଏହି ଖେଳାଳିମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛି ସ୍ପୋର୍ଟସ ଅଥୋରିଟି ଅଫ୍‌ ଇଣ୍ଡିଆ(SAI) ମନପ୍ରୀତଙ୍କ ସହିତ କରୋନା ପଜିଟିବ୍‌ ଚିହ୍ନଟ ହୋଇଥିବା ଅନ୍ୟ ହକି ଖେଳାଳିମାନେ ହେଲେ, ସୁରେନ୍ଦର କୁମାର, ଜସକରନ ସିଂହ ଓ ବରୁଣ କୁମାର।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୂଚନା ଦେଇ ମନପ୍ରୀତ କହିଛନ୍ତି “ SAI କ୍ୟାମ୍ପସରେ ମୁଁ କ୍ୱାରେଣ୍ଟିନ୍‌ରେ ରହିଛି। SAIର ଅଧିକାରୀମାନେ ମଧ୍ୟ ଭଲଭାବରେ ଯତ୍ନ ନେଉଛନ୍ତି। ମୋର ସ୍ଥିତି ଭଲ ରହିଛି ଓ ମୁଁ ଖୁବ୍‌ଶୀଘ୍ର ଭଲ ହୋଇଯିବି ଆଶା କରୁଛି।” ମନପ୍ରୀତଙ୍କ ଏହି ଷ୍ଟେଟ୍‌ମେଣ୍ଟ SAI ଦ୍ୱାରା ଜାରି କରାଯାଇଛି।

You might also like