ଭୁବନେଶ୍ୱରରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର

ଭୁବେନେଶ୍ୱର: ଗଲୱାନ ଅଂଚଳରେ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଛି।

ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରୋନ ସହିଦ ହୋଇଥିଲେ। ଚନ୍ଦ୍ରକାନ୍ତ ୨୦୧୪ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ବେଳେ ନନ୍ଦୁରାମ ୧୯୯୭ରେ ବିହାର-16 ରେଜିମେଣ୍ଟରେ ଯୋଗ ଦେଇଥିଲେ। ଯବାନଙ୍କ ସହିଦ ଖବର ମିଳିବା ପରେ ସେମାନଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

You might also like