ବଢ଼ିଲା ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍‌ସ ପାଇଁ ଅଡୁଆ

ଭୁବନେଶ୍ୱର : ବଢ଼ିଲା ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍‌ସ ପାଇଁ ଅଡୁଆ। ଆଜି କମ୍ପାନିର ବିଭିନ୍ନ ଖଣି ଓ ଠିକଣାରେ ଚଢ଼ଉ କରିଛି ଆୟକର ବିଭାଗ। ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ।

ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟରେ ଚଢ଼ଉ ହୋଇଛି।

ଭୁବନେଶ୍ୱର ସହିଦନଗରରେ ଥିବା କମ୍ପାନିର ଅଫିସରେ ମଧ୍ୟ ରେଡ୍ ହୋଇଛି। ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଲିଛି।

You might also like