ବଡଦାଣ୍ଡ ବ୍ୟାରିକେଡ଼୍‌ରେ ଫସିଲା ନାବାଳିକାର ମୁଣ୍ଡ

ପୁରୀ(ମଧୂସୁଦନ ମିଶ୍ର): ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ଫସି ଯାଇଥିଲା। ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡରେ ରହି ଯାଇଥିଲା। ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଉଦ୍ଧାର କରିଥିଲା ଶିଶୁକୁ। ସୂଚନା ଅନୁସାରେ ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ। ଚପଲ ଷ୍ଟାାଣ୍ଡ ପାଖରେ ପିଲାଟିର ମୁଣ୍ଡ ବ୍ୟାରିକେଡରେ ଫସି ଯାଇଥିଲା। ବହୁ କଷ୍ଟରେ ପିଲାଟିକୁ ଉଦ୍ଧାର ପରେ ସମସ୍ତେ ଜୟ ଜଗନ୍ନାଥ ଧ୍ୱନି ଦେଇଥିଲେ।

 

You might also like