ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର : ଅାରମ୍ଭ ହୋଇଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। କିଛି ସମୟ ପୂର୍ବରୁ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି। ପୁରୁଷ ହକି ବିଶ୍ୱକପ୍ ୨୦୧୮ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଅାୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଉଦଘାଟନୀ ଘୋଷଣା କରିଛନ୍ତି।

ଏହି ମେଗା ଉତ୍ସବରେ ବଲିଉଡ ଷ୍ଟାର ଶାହରୁଖ ଖାନ୍, ମାଧୁରୀ ଦିକ୍ଷୀତ, ଖାତନାମା ସଙ୍ଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନ ପ୍ରମୁଖ ଯୋଗ ଦେଇଛନ୍ତି। ସେହିଭଳି ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

ଉଦଘାଟନୀ ଉତ୍ସବକୁ ଦେଖିବା ଲାଗି କଳିଙ୍ଗ ଷ୍ଟାଡିମୟରେ ସମସ୍ତ ୧୦ ହଜାର ଟିକେଟ ବିକ୍ରି ହୋଇଥିବାରୁ ଷ୍ଟାଡିୟରେ ପୁରା ଖଚାଖଚ ଭିଡ଼ ପରିଲକ୍ଷିତ ହୋଇଛି। ଉଦଘାଟନୀ ଉତ୍ସବକୁ ସଞ୍ଚାଳନ କରିଥିଲେ ଓଲିଉଡ କଳାକାର ଅର୍ଚ୍ଚିତା ଓ ସବ୍ୟସାଚୀ।

ଉତ୍ସବ ପ୍ରାରମ୍ଭରେ ୧୯୭୫ ହକି ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

You might also like