• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର:  କରୋନାର ଲେଉଟାଣି ଲହର ମୁକାବିଲା ପାଇଁ ସରକାରୀ ତତ୍ପରତା ଦେଖାଦେଇଛି। ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ACS। କେବଳ ଏତିକି ନୁହେଁ ବରଂ ଆଇସିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସରକାରୀ ନୁହେଁ ବରଂ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ACS। ଫାଭିପିରାଭିର୍, ରେମଡେସିଭିର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବହୁବିଧ ରୋଗାକ୍ରାନ୍ତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।

ମୋଟ୍‌ ଉପରେ କହିବାକୁ ଗଲେ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦୈନିକ ସଂକ୍ରମଣ ହାର ଯେପରି ବଢିବାରେ ଲାଗିଛି ତାହାକୁ ଦେଖି ରାଜ୍ୟବାସୀଙ୍କ ନିଦ ହଜି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୮୯ ରହିଛନ୍ତି। ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୨୭, ବାଲେଶ୍ୱରରୁ ୧୬, ବରଗଡରୁ ୩୨, ଭଦ୍ରକରୁ ୫, ବଲାଙ୍ଗୀରରୁ ୩, କଟକରୁ ୨୨, ଗଞ୍ଜାମରୁ ୫, ଯାଜପୁରରୁ ୮, ଝାରସୁଗୁଡା ୧୩, କଳାହାଣ୍ଡିରୁ  ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪, କେନ୍ଦ୍ରାପଡା,  କେନ୍ଦୁଝରରୁ ୨, କୋରାପୁଟରୁ ୪, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୯, ନୟାଗଡରୁ ୧, ପୁରୀରୁ ୯, ରାୟଗଡାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ସର୍ବାଧିକ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ଗୋଟିଏ ପଟେ ସଂକ୍ରମଣ ବଢୁଛି, ତେଣୁ କେମିତି କରୋନାର ଚେନ୍‌କୁ ଭଙ୍ଗାଯିବ ସେନେଇ ସରକାରୀ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

In-view-of-rapid-surge-of-covid19-cases-odisha-acs-health-asks-all-collectors-municipal-commissioners
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories