• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ ।

ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକା ର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି ।

ଯଦି ଦେଖିବେ କର୍ଣାଟକର ଟେକ୍ନିକାଲ୍ ଆଡ଼ଭାଇଜୋରି କମିଟି କହିଛନ୍ତି ଜାନୁଆରୀ ଓ ଫେବୃଆରୀ ରେ କରୋନା ର ସେକେଣ୍ଡ ୱେଭ୍ ଆସିପାରେ କିନ୍ତୁ ଆମ ଓଡ଼ିଶା ରେ କି ଭାରତ ରେ ସେକେଣ୍ଡ୍ ୱେଭ୍ ଆସିବ କି ନାହିଁ ତାହା ନିର୍ଭର କରୁଛି ଆମ ମାନଙ୍କ ଉପରେ । ତେଣୁ ଆମମାନଙ୍କୁ ନିୟମାବଳୀ ମାନିବାକୁ ପଡ଼ିବ ।

ଭାରତ ରେ କିଛି ସପ୍ତାହ ମଧ୍ୟରେ ଟୀକାକରଣ ଆରମ୍ଭ ହେବ କିନ୍ତୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । କିନ୍ତୁ ଟୀକାକରଣ ପରେ ବି ଯେତେ ପର୍ଯ୍ୟନ୍ତ କରୋନା ବିଲୁପ୍ତ ହୋଇନାହିଁ ଆମକୁ ନିୟମ ମାନିବାକୁ ପଡ଼ିବ । ଏବେ ପର୍ବ ପର୍ବାଣୀ ଚାଲିଛି, ଆଗକୁ ନୂଆ ବର୍ଷ ଅଛି, ବଡଦିନ ଆସୁଛି, ଶୀତ ଦିନ ଆସିଛି, ଶୀତ ଦିନେ ସଂକ୍ରମଣ ବଢିବା ର ଆଶଙ୍କା ମଧ୍ୟ ଅଛି, ଶୀତ ଦିନେ ପ୍ରଦୂଷଣ ମଧ୍ଯ ବଢ଼ିପାରେ ।

ତେଣୁ ଏହି ସମୟରେ ଆମେ ସଜାଗ ରହିବା ଉଚିତ୍, ଅସାବଧାନତା ଅବଲମ୍ବନ କରିବା ଜମାବି ଠିକ୍ ନୁହଁ । ସାଢେ ଚାରି କୋଟି ଓଡିଶାବାସୀ ଓ ୧୧୩ କୋଟି ଭାରତବାସୀ ଏତେ ବଳିଦାନ, ତ୍ୟାଗ ପରେ ଆମେ ଯେଉଁ ଯୁଦ୍ଧ ଜିତିବା ପାଇଁ ଯାଉଛୁ, ଆମେ ଯୁଦ୍ଧ ର ଶେଷ ପର୍ଯ୍ୟାୟ ରେ କାହିଁକି ଅସବାଧନତା ରହିବୁ?

ତେଣୁ ଆମେ ଏବେ ସମସ୍ତେ ସହଯୋଗ କରିବା ଦରକାର, ସମସ୍ତେ ନିୟମାବଳୀ ମାନିବା ଦରକାର । ଦେଖାଯାଉଛି କିଛି ଯୁବ ପିଢି ଭାଇ ଭଉଣୀ ମାନେ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧି ନାହାଁନ୍ତି, ସାମାଜିକ ଦୂରତା ମାନୁ ନାହାଁନ୍ତି, ନିୟମାବଳୀ ପାଳନ କରି ନାହାଁନ୍ତି, କିନ୍ତୁ ଏହି ସମୟରେ ସେସବୁ ମାନିବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ, କାରଣ ଆମେ ମାନିଲେ ଆମେ ଯୁଦ୍ଧ କୁ ଜିତିବୁ, ଆମେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇ ରଖିବୁ ।

ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ, ଆମେ ଯଦି ଏତିକିବେଳେ ପୂର୍ବର ବଳିଦାନ ଓ ତ୍ୟାଗ କୁ ଭୁଲି ଯିବୁ, ଅସାବଧାନ ହେବୁ ତାହାହେଲେ ସଂକ୍ରମଣ ପୁଣି ବଢିବ । ତେଣୁ ସବୁ ନିର୍ଭର କରୁଛି ଆମ ମାନଙ୍କଉପରେ, ଏହି ସମୟ ଅବହେଳା ର ସମୟ ନୁହଁ । ତେଣୁ ମୋର ସାଢେ ଚାରି କୋଟି ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଆମେ ଯୁଦ୍ଧ କୁ ଜିତିବାକୁ ଯାଉଛୁ, ଓଡିଶା ବହୁତ୍ ଭଲ ସ୍ଥିତି ରେ ଅଛି, ଆମେ ବହୁତ୍ ପର୍ବ ପର୍ବାଣୀ ରେ ବହୁତ୍ ନିୟମ ମାନିଛୁ ।

ଯଦି ଆମେ ଏତେ କଷ୍ଟ କରିଛୁ, ଏତେ ତ୍ୟାଗ କରିଛୁ, ଶେଷ ପର୍ଯ୍ୟାୟ ରେ ଆମେ କାହିଁକି ଅବହେଳା କରିବୁ? ଯେଉଁ ଯୁଦ୍ଧ କୁ ଆମେ ଜିତିବାକୁ ଯାଉଛୁ ପୁଣି ଆମେ କାହିଁକି କଷ୍ଟ ସହିବୁ । ଏବେ ଦେଖନ୍ତୁ ଦକ୍ଷୀଣ ଆଫ୍ରିକା ରେ ସେକେଣ୍ଡ ୱେଭ ଆରମ୍ଭ ହୋଇଗଲାଣି, ୟୁରୋପ ରେ ସଂଖ୍ୟା ବଢୁଛି, ତେବେ ଯଦି ସାମ୍ନା ରେ ଦେଖୁଛୁ ବିପଦ ଅଛି, ବିପଦ ଘନେଇ ଆସୁଛି, ଆମେ ଏତେ ଭଲ ଅବସ୍ଥା ରେ ଅଛୁ, ତେଣୁ ଯଦି ଆମେ ଉପଲବ୍ଧ କରିପାରୁଛୁ, ଏହି ସମୟରେ ଆମେ ଅବହେଳା କରିବା ଉଚିତ୍ ନୁହଁ ।

ଏ ସମୟରେ ଆମେ ଯଦି ଅଳ୍ପ ସଚେତନତା ଅବଲମ୍ବନ କରିବୁ, ନିୟମାବଳୀ ମାନିବୁ, ସମ୍ପୂର୍ଣ୍ଣ ଭାବେ ସରକାର ଙ୍କୁ ସହଯୋଗ କରିବୁ ତାହାହେଲେ ଆମେ ଅଳ୍ପ ଦିନରେ କରୋନା ଯୁଦ୍ଧରେ ଜିତିବୁ, କରୋନା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ । ଆଗରୁ ଆମ ପୃଥିବୀ ଇତିହାସ୍ ରେ ବହୁତ୍ ମହାମାରୀ ଆସିଛି, ବହୁତ୍ ମହାମାରୀ ବିଲୁପ୍ତ ହୋଇଛି, ତେଣୁ ଏହା ନିଷ୍ଠୁର ସତ୍ୟ କରୋନା ର ମଧ୍ୟ ବିଲୁପ୍ତ ହେବ ।

ଏ ସବୁ ନିର୍ଭର କରୁଛି ଆମ ମାନଙ୍କ ଉପରେ । ଭାକସିନ୍ ଆସିବା ପରେ ବି କରୋନା ର ବିଲୁପ୍ତ ସଙ୍ଗେ ସଙ୍ଗେ ହେବ ନାହିଁ, ଟିକାକରଣ ପରେ ବି କରୋନା ର ପ୍ରକୋପ ଓ ପ୍ରଭାବ ରହିବ । ଟୀକାକରଣ ପରେ ବି ଆମକୁ ନିୟମ ସମ୍ପୂର୍ଣ୍ଣ ଭାବେ ମାନିବାକୁ ପଡ଼ିବ । ତେଣୁ କରୋନାର ବିଲୁପ୍ତି ପର୍ଯ୍ୟନ୍ତ ଆମକୁ ସମସ୍ତ ନିୟମ କୁ ମାନିବାକୁ ପଡ଼ିବ, ନିୟମ ମାନିଲେ ଆମେ ଏ ଯୁଦ୍ଧ ଜିତିବୁ ।

In-this-time-corona-in-our-state-says-dr-monoj-sahoo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories