ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ଭୁବନେଶ୍ୱର: ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ତଥ୍ୟ ଦେବା ଅବସରରେ ଏହା କହିଛନ୍ତି ଡାକ୍ତର ପତି। ତାଙ୍କ କହିବା ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହୋଇଛି ଆଣ୍ଟିବଡ଼ି।

ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ୫.୧% ଲୋକଙ୍କ ଦେହରେ ଆଣ୍ଟିବଡି ଥିଲା। ପରେ ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା।

୨୫ଟି ୱାର୍ଡରୁ ୧୪୦୩ ସାମ୍ପଲ ନିଆଯାଇ ପରୀକ୍ଷା କରାଯାଇଥିଲା। ୫୫ ନମ୍ବର ୱାର୍ଡରୁ ସର୍ବନିମ୍ନ ୨୮% ଓ ୧୬ରୁ ସର୍ବାଧିକ ୬୩% ମିଳିଥିଲା। ୫ଟି ୱାର୍ଡରେ ଆଣ୍ଟିବଡ଼ି ବିକଶିତ ଲୋକଙ୍କ ସଂଖ୍ୟା ୬୦%ରୁ ଅଧିକ ଥିଲା। ସର୍ଭେ ଅନୁସାରେ ଏଯାଏ ଆହୁରି ୫୦% ଲୋକଙ୍କୁ କରୋନା ଛୁଇଁନି। ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ କରିନାହିଁ ବୋଲି ଡା. ପତି କହିଛନ୍ତି।

ସେମାନେ ଏବେ ବି ସମ୍ବେଦନଶୀଳ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ସାମାଜିକ ଦୂରତ୍ୱ, ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like