ତାରାତାରିଣୀ ପୀଠରେ କଟକଣା; ଚୈତ୍ର ପର୍ବରେ ଭକ୍ତଙ୍କୁ ମିଳିବନି ସୁବିଧା

ବ୍ରହ୍ମପୁର: ବ୍ରହ୍ମପୁରର ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ପର୍ବରେ ହେବନି ଜନସମାଗମ। କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚୈତ୍ର ପର୍ବରେ ଜନସମାଗମ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି।

ତେବେ ମାଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରିତି ଅନୁଷ୍ଠିତ ହେବ। ପର୍ବ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଥବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ।

ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥାରେ ମଧ୍ୟ କଟକଣା ଜାରି ହୋଇଥିବାବେଳେ ଚୈତ୍ରପର୍ବରେ ମୁଖ୍ୟତଃ ଛୋଟ ପିଲାଙ୍କ ମୁଣ୍ଡନ କାର୍ଯ୍ୟ ଉପରେ ନିଷେଧାଦେଶ ଜାରି ହୋଇଛି। ଏନେଇ ସଚେତନ କରିବାକୁ ଗଣମାଧ୍ୟମକୁ ଜିଲ୍ଲାପାଳଙ୍କ ଅନୁରୋଧ କରିଛନ୍ତି।

You might also like