ପୋଲିସ୍‌ ଓ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଲୋକ

ଭଦ୍ରକ: ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ। ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମାରି ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିବା ସୂଚନା ମିଳିଛି।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲା ସାହିରେ। ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଭଦ୍ରକ ପୋଲିସ ଚଢ଼ାଉ କରିଥିଲା। କିଛି ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ଧକ୍କା ମାରିଥିଲେ।

ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଅଧିକ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

You might also like