ପୁଲିସ୍ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ
ପୁରୀ: କୋଣାର୍କରେ ପୁଲିସ୍ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ମାଳଦା ଗାଁର ଯୋଗେନ୍ଦ୍ର ଦାସ।
ଯୋଗେନ୍ଦ୍ର ମାସକ ତଳର ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ। ତେବେ ଜେଲ୍ରେ ଅସୁସ୍ଥ ହୋଇପଡ଼ିବା ପରେ ଜାମିନରେ ମୁକୁଳି କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା।
ତେବେ ଯୋଗେନ୍ଦ୍ରଙ୍କୁ ମିଛ ମାମଲାରେ ଫସାଇ ନିମାପଡ଼ା ପୁଲିସ୍ ଗିରଫ କରିଥିଲା। ଏବଂ ନିସ୍ତୁକ ପିଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଲିସ୍ ନିର୍ଯାତନା ଯୋଗୁ ମୃତ୍ୟୁ ଘଟିଥିବା କରି ଅଭିଯୋଗ ଯୋଗନ୍ଦ୍ରଙ୍କ ପରିବାର ଲୋକ ଓ ଗାଁ ଲୋକେ କଲେଜ୍ ଛକରେ ରାସ୍ତା ଅବରୋଧ କରିଛନ୍ତି।