‘ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ’

ଭୁବନେଶ୍ୱର: ଆଜି ଓଡ଼ିଶା ଜନସମ୍ବାଦ ରାଲିରେ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଭର୍ଚୁଆଲ ରାଲିରେ ସମ୍ବୋଧନ କରି ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି ଶାହ କହିଛନ୍ତି। ମୋଦି ଆସିବା ବେଳକୁ ୬୦ କୋଟି ଲୋକଙ୍କ ବ୍ୟାଙ୍କ ଖାତା ନଥିଲା, ହେଲେ ଏବେ ୩୧ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇପାରିଛି ବୋଲି ଶାହ ସୂଚନା ଦେଇଛନ୍ତି।

ଭାର୍ଚୁଆଲ୍ ରାଲିରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଶାହ କହିଛନ୍ତି, ଡିବିଟି ଜରିଆରେ ଗରିବ ଲୋକଙ୍କୁ ସିଧାସଳଖ ଲାଭ ପହଞ୍ଚାଯାଉଛି। ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ୮ କୋଟି ଗରିବ ମା’ଙ୍କୁ ରୋଷେଇ ଗ୍ୟାସ୍ ଯୋଗାଇ ଦିଆଯାଇଛି। ଦେଶର ୧୩୦ କୋଟି ଲୋକ କରୋନା ବିରୋଧରେ ଲଢ଼ୁଛନ୍ତି। କରୋନା ଭଳି ମହାମାରୀ କ୍ଷେତ୍ରରେ ଆଜି ବିଶ୍ୱ ତୁଳନାରେ ଆମେ ବହୁତ ଭଲ ସ୍ଥିତିରେ ରହିଛୁ ବୋଲି ଆଜି ଓଡ଼ିଶା ଜନସମ୍ବାଦ ରାଲିରେ ଏହା କହିଛନ୍ତି ଶାହ।

ଭର୍ଚୁଆଲ ରାଲିରେ ସମ୍ବୋଧନ କରିବା ବେଳେ ପ୍ରଥମେ ଓଡ଼ିଶାର ପ୍ରମୁଖ ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ ଶାହ। ସମ୍ରାଟ ଅଶୋକଙ୍କୁ ପ୍ରିୟଦର୍ଶୀ ବନାଇଥିବା ମହାନ ମାଟିକୁ ପ୍ରଣାମ କହିବା ସହ ଆମେ ଯେବେ ବି ସରକାର କରିଛୁ, ଲୋକଙ୍କୁ ହିସାବ ଦେଇଛୁ ବୋଲି ସେ କହିଥିଲେ।

ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ମୋଦିଙ୍କ ହାତ ମଜବୁତ କରିଛନ୍ତି। ଓଡ଼ିଶା ୩୮.୪ ପ୍ରତିଶତ ଭୋଟ ଏବଂ ୮ଟି ଲୋକସଭା ସିଟ୍ ଦେଇଛି। ଏଥିସହ ୯୧ ଲକ୍ଷରୁ ଅଧିକ ଲୋକ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି ବୋଲି ଶାହ କହିଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like