ଗଛ ବଞ୍ଚିଲେ ଆମେ ବଞ୍ଚିବା: ଜୀବନ କାଳରେ ଲଗାଇଲେଣି ୨୫ ହଜାର ଗଛ

ଗଛ ମଣିଷ ଶ୍ରୀନାଥ ପାତ୍ର

  • ଗଛ ମଣିଷ ଶ୍ରୀନାଥ ପାତ୍ର
  • ଶ୍ରୀନାଥ ପାତ୍ର, ଗଛ ଯାହାକଙ୍କ ପାଇଁ ଜୀବନ
  • ଆଜି ଯାଏଁ ଲଗାଇଲେଣି ୨୫ ହଜାରରୁ ଅଧିକ ଗଛ
  • ସମସ୍ତ ଗଛର ଯତ୍ନ ବି ନେଉଛନ୍ତି ଶ୍ରୀନାଥ
  • କୃତ୍ରିମ ଜଙ୍ଗଲ ସୃଷ୍ଟି କରି ଗଛ ମଣିଷ ଭାବେ ପରିଚିତ

ମୟୁରଭଞ୍ଜ: (ମାନସ ପାଣି) ଗଛ ଯାହାଙ୍କ ପାଇଁ ଜୀବନ, ଗଛର ଯତ୍ନ ନେବା ତାଙ୍କର ଏକ ମାତ୍ର କର୍ତ୍ତବ୍ୟ ବୋଲି ନିଜେ ଭାବିନେଇଛନ୍ତି। ମୟୁରଭଞ୍ଜ କପ୍ତିପଦା ବ୍ଲକ ଜଡ଼ିଦାଗାଁର ଶ୍ରୀନାଥ ପାତ୍ର। ବିଦ୍ୟୁତ୍ ବିଭାଗର ଲାଇନମ୍ୟାନ ଭାବେ କାମ କରୁଥିବା ଶ୍ରୀନାଥ ତାଙ୍କ ଜୀବନରେ ୨୫ ହଜାରରୁ ଗଛ ଲଗାଇଛନ୍ତି। କେବେଳ ଗଛ ଲଗାଇ ମହତ କାମ କରନାହାଁନ୍ତି ବରଂ ତାର ସୁରକ୍ଷା ବି ନେଉଛନ୍ତି। ଯାହାକୁ ନେଇ ଏବେ ଚାଲିଛି ଜୋରସୋରରେ ଚର୍ଚ୍ଚା।

ରାତି ପାହିଲେ କାତି ଧରି ଚାଲି ଯାଆନ୍ତି ଜଙ୍ଗଲକୁ, ଗଛ ଚାରିପାଖେ ଥିବା ଲଟା ବୁଦା ସଫା କରିବା ସହ ଗଛର କେନା ସଫା କରନ୍ତି। ମୟୁରଭ଼ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡିଦା ଗାଁର ଶ୍ରୀନାଥ ପାତ୍ର କିଛି ଏମିତି କାମ କରି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଆଖପାଖ ଅଞ୍ଚଳରେ ଗଛ ମଣିଷ ଭାବେ ପରିଚିତ ଶ୍ରୀନାଥ ବାବୁ। ଗଛକୁ ସୁରକ୍ଷା ଦେବା ଓ ପରିବେଶ ପ୍ରତି ଯତ୍ନ ନେବାସହ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଶ୍ରୀନାଥ। ବୟସ ୬୫ ବର୍ଷ ,ଆଉ ସେଥିରେ ଏ ପର୍ଯ୍ୟନ୍ତ ୨୫ ହଜାରରୁ ଅଧିକ ଗଛ ଲଗାଇ ସେ କୃତ୍ରିମ ଜଙ୍ଗଲ ସୃଷ୍ଟି କରି ପାରିଛନ୍ତି।

” ୨୦ ହଜାର ଶାଳ ଗଛର ରକ୍ଷଣା ବେକ୍ଷଣ କରୁଛି। ସରକାରୀ ଜାଗାରେ ଏ ସବୁ ଗଛ ଲାଗିଛି। ମୁଁ ନିଜେ ଜାଗା କିଣି ୫୦୦ ଶାଗୁଆନ ଗଛ ଲଗାଇଛି। ଏବେ ନୁହେଁ ବହୂପୂର୍ବରୁ ଗଛ ଲଗାଇଛି, ଗଛ ବଂଚିଲେ ଆମେ ବଂଚିବା”

ଲାଇନମ୍ୟାନ ଭାବେ କାମ କରିବା ବେଳରୁ ହିଁ ଶ୍ରୀନାଥ ବାବୁ ନିଜ ଘର ଆଖପାଖରେ ଏକ ହଜାରରୁ ଅଧିକ ଗଛ ଲଗାଇ ତାର ଯତ୍ନ ନେଇ ଆସୁଥିଲେ। ଚାକିରିରୁ ଅବସର ନେବାପରେ ସରକାରଙ୍କ ସହାୟତାରେ ନିକଟସ୍ଥ ଜଙ୍ଗଲରେ ୨୦ ହଜାରରୁ ଅଧିକ ଗଛ ଲଗାଇ ତାର ଯତ୍ନ ନେଉଛନ୍ତି ଶ୍ରୀନାଥ। ବାବୁଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ପରିବେଶ ପ୍ରେମୀ ଶ୍ରୀନାଥଙ୍କୁ ସମାଜ ଲାଗି ରୋଲ ମଡେଲ ବୋଲି କହିଛନ୍ତି।

ଜଙ୍ଗଲ କୁ ସୁରକ୍ଷା ଦେବା, ଜଙ୍ଗଲ ବଞ୍ଚିଲେ ଜୀବ ଜଗତ ବଂଚିବେ ଏହି ସଚେତନତା ବାର୍ତ୍ତା ନେଇ ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି ଶ୍ରୀନାଥପାତ୍ର।

You might also like