• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବ୍ରହ୍ମପୁର: ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାରକୁ ୭ ଦିନ ପାଇଁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ଗୋପାଳପୁର ପୋଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି ପୁଲିସ।

ସେପଟେ ଏ ଘଟଣା ପରିପ୍ରେକ୍ଷୀରେ କଟକଣା ଉଲ୍ଲଙ୍ଘନ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏବେ ରାଜ୍ୟରେ ଜଟିଳ ସ୍ଥିତିରେ କରୋନା ବିରୋଧୀ ଯୁଦ୍ଧ ଚାଲିଛି। ଏଣୁ ସମସ୍ତେ ସରକାର ଜାରି କରିଥିବା ଗାଇଡଲାଇନ ମାନିବା ଉଚିତ ବୋଲି କୁହାଯାଇଛି। ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବ୍ରହ୍ମପୁର ନ୍ୟୁମିଲିଟାରି ଲାଇନ୍ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ବାହାଘର ହୋଇଥିଲା। ଗୋପାଳପୁରରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ହୋଇଥିଲା ବିବାହ ଆସର।

ବିବାହ ଆସର ପାଇଁ ସରକାରଙ୍କ ନିୟମକୁ ମାନିନଥିଲେ ଭଉୟ ପକ୍ଷ। ବର ଘର ପକ୍ଷରୁ ପ୍ରସେସନ୍‌ କରାଯାଇଥିଲା ବର ରୋଷଣିରେ ଯିବା ବେଳେ ଡିଜେରେ କମ୍ପିଥିଲା ଅଞ୍ଚଳ। ବରଯାତ୍ରୀମାନେ ମାସ୍କ ପିନ୍ଧିନଥିଲେ କି ସାମାଜିକ ଦୂରତା ମଧ୍ୟ ରଖି ନ ଥିଲେ। ସମସ୍ତେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ହାତ ଧରା ଧରି ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣା ପରେ ଉଭୟ ପକ୍ଷକୁ ୫୦,୦୦୦ ଜୋରିମାନା ସହିତ ଥାନାରେ ମାମଲା ମଧ୍ୟ ହୋଇଛି।

ଜିଲ୍ଲାରେ କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ନିଇତି ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି। ମୃତ୍ୟୁରେ ବି ନମ୍ବର ଓ୍ୱାନ୍। ଗତ ୨୪ ଘଣ୍ଟାରେ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ସର୍ବାଧିକ ୨୧୬ ସଂକ୍ରମିତ। ୩ ଜଣଙ୍କର ଜୀବନ ବି ଯାଇଛି। ଆଜିର ତଥ୍ୟକୁ ମିଶାଇଲେ ଏଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୦୬୬ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବି ଦୃତ ଗତିରେ ବଢ଼ି ୨୦ ଛୁଇଁଛି।

In-covid-19-rules-violation-ganjam-hotel-sealed-and-4-arrested-with-groom
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories