କ୍ୟାନସଲ୍ ହେଉଛି ଟିକେଟ୍, ଆସୁନି ଟ୍ରେନ୍: ପ୍ଲାଟ୍ଫର୍ମ ଟିକେଟ୍ ୫୦ ଟଙ୍କା ହେଲା
ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍ ବାତିଲ କରୁଥିବାବେଳେ ଟ୍ରେନ୍ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ।
୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପୀ ୮୦ ପ୍ରତିଶତ ଟ୍ରେନ୍ ଟିକେଟ୍ ବାତିଲ ହୋଇଥିବା ରେଲୱେ ବିଭାଗ ସୂଚନା ଦେଇଛି।
ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ ରେଳପଥର ୫ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିଦିଆଯାଇଛି। ସେପଟେ ମୁମ୍ବାଇରେ ୫୦ ଟଙ୍କାକୁ ବୃଦ୍ଧି ପାଇଛି ପ୍ଲାଟଫର୍ମ ଟିକେଟ୍।