• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ। କେବଳ ଆଜିର ଏ ଘଟଣା ନୁହେଁ, ବିଗତ କିଛି ଦିନ ଭିତରେ ରାଜ୍ୟରେ ବଢ଼ି ଚାଲିଥିବା ହତ୍ୟା ଭଳି ଜଘନ୍ୟ ଅପରାଧ ଓ ଅନ୍ୟ ଘଟଣାକୁ ଦେଖିଲେ ବିଗୁଡୁଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ବଢ଼ିବାରେ ଲାଗିଛି।

କନ୍ଧମାଳର ତୁମୁଡ଼ିବନ୍ଧ ବୁଦୁଲିପଦର ଘାଟି ରାସ୍ତା ତଳେ ଦୁଇ ଦୁଇଟି ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ମୁଣ୍ଡକୁ କେହି ଖଣ୍ଡାରେ ହାଣିବା ଭଳି ଗଭୀର କ୍ଷତ ହୋଇଛି। ଆଜି ସକାଳୁ ଏଭଳି ବିଭତ୍ସ ଅବସ୍ଥାରେ ଦୁହିଁଙ୍କ ମୃତେଦହ ମିଳିବା ପରେ ଉଭୟଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ହତ୍ୟାକାରୀଙ୍କୁ ଧରିବା ଦାବିରେ ଅଞ୍ଚଳବାସୀ ଜାତୀୟ ରଜାପଥକୁ ଅବରୋଧ କରିଥିବା ଜଣାପଡ଼ିଛି।

ସେହିପରି ଖୋର୍ଦ୍ଧା ବୋଲଗଡ଼ ଥାନା ଖାରଡ଼ପଲ୍ଲୀ ଗାଁ’ରେ କାଲି ରାତିରେ ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁ’ର ସତ୍ୟସୁନ୍ଦର ବେହେରା। ଏଠି ବି ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ଗାଁ ଲୋକେ।

ଅନ୍ୟ ଏକ ହତ୍ୟାକାଣ୍ଡରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଲାଇଜିହ ଛକ ଗାଁ ମୁଣ୍ଡରେ ସେହି ଗାଁର ବୟସ୍କ ବ୍ୟକ୍ତି ଅଶୋକ କୁମାର ପାଢ଼ୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଛି। କୌଣସି କାରଣକୁ ନେଇ ପଡ଼ୋଶୀ ପ୍ରାଣଘାତୀ ଆକ୍ରମଣ କରିବାରୁ ସେଇଠି ଅଶୋକ ଟଳି ପଡ଼ିଥିବା ଜଣାପଡ଼ିଛି।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅସୁରଖୋଲ ହାଟର ଅଭିଯୋଗ ଅନୁସାରେ ଏଠି ଜଣେ ସମ୍ପର୍କୀୟଙ୍କ ମାଡ଼ରେ ଆଉ ଜଣେ ସମ୍ପର୍କୀୟଙ୍କ ଜୀବନ ଚାଲିଯାଇଛି। ସାମାନ୍ୟ କଥାରୁ ଉତ୍ତେଜିତ ହୋଇ ଅଭିଯୁକ୍ତ କାର୍ତ୍ତିକ ନାୟକ ପିଟି ପିଟି ସଡ଼ୁ ରବୀନ୍ଦ୍ର ନାୟକଙ୍କୁ ହତ୍ୟା କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, କଥା କଥାକେ କାହିଁକି ରକ୍ତମୁଖା ହୋଇ ପଡୁଛି ମଣିଷର ମାନସିକତା? ସାମାନ୍ୟ ଘଟଣା ପାଇଁ କାହିଁକି ଜଣକ ଜୀବନ ନେବାକୁ ବି ପଛାଉନି ମଣିଷ। ଏଥିପାଇଁ କିଏ ଦାୟୀ? ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଅଭାବରୁ ଅପରାଧୀଙ୍କ ମନରେ ଆଇନ ପ୍ରତି ଭୟ କମି ଯାଉଛି କି? ନା ପୋଲିସ ବ୍ୟବସ୍ଥା ଓ ଅନୁଶାସନ ପ୍ରତି ଆସ୍ଥା ନାହିଁ ? ଏସବୁ ଅସମାହିତ ପ୍ରଶ୍ନ ଭିତରେ ଏବେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଅଧୋଗତି ବି ଚିନ୍ତା ଆହୁରି ବଢ଼ାଇ ଦେଇଛି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ- NCRB ରିପୋର୍ଟରେ ଉତ୍ତରପ୍ରଦେଶ ପରେ ଓଡ଼ିଶାରେ ଘଟିଛି ଦ୍ୱିତୀୟ ସର୍ବାଧିକ ନାରୀ ଦୁଷ୍କର୍ମ ଘଟଣା। ସେହିଭଳି ସାଇବର କ୍ରାଇମରେ କ୍ଷେତ୍ରରେ ବି ରାଜ୍ୟର ଅପରାଧ ସଂଖ୍ୟା ବଢ଼ିଛି। ଯାହାକୁ ନେଇ ଗତ ମୌସୁମୀ ଅଧିବେଶନରେ ଉଭୟ ବିଧାନସଭାରେ ବିରୋଧୀ କଂଗ୍ରେସ ଓ ଲୋକସଭାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରସଙ୍ଗ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

In-24-hour-5-person-killed-in-odisha-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories