• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗା, କାଳିଆଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏବେ କାଳିଆକୁ ବିନା ଭେଣ୍ଟିଲେଟର୍‌ରେ ରଖାଯାଇଛି।

ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍‌ସିବିର ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ତାକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲି ଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି।

ଡାଏଟିସିଆନ୍‌ଙ୍କ ପରାମର୍ଶ କ୍ରମେ କାଳିଆକୁ ଦିନ ବେଳା ଖେଚୁଡ଼ି ଓ ରାତିରେ ସୁଜି ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆ ଯାଉଛି। ତାର ଖାଦ୍ୟର ପରିମାଣ ମଧ୍ୟ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରିଥିଲେ। ଦିଲ୍ଲୀ ଏମ୍ସରୁ ଓଡ଼ିଶା ଫେରିବା ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ ଭର୍ତ୍ତି କରାଯାଇଥିଲା। ଏବେ ସେମାନେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରୁ ଆସିବା ପରେ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ବେଳେ କାଳିଆ ଗୁରୁତର ହୋଇପଡ଼ିଥିଲା ଏବଂ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Improvement-in-kalias-health-condition-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories