କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

କଟକ: ପୂରଣ ହେଲା ସୁଦୁର କୋରାପୁଟିଆ ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ। ନିଜ ସୁମଧୁର କଣ୍ଠ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ କୋରାପୁଟ ବନ୍ଧୁଗାଁର ନମିତା ମେଲକା ଆଜି କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି।  ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କ କଣ୍ଠରେ ଗୀତ ରେକର୍ଡିଂ କରାଯାଇଛି।

ବନ୍ଧୁଗା ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।

ଏହାପରେ ବର୍ଷାଙ୍କ ଉଦ୍ୟମରେ ନମିତା ଆଜି କଟକ ଆସି ଷ୍ଟୁଡିଓରେ ଗୀତ ରେକର୍ଡିଂ କରି ଓଲିଉଡ୍ ସଂଗୀତ ଦୁନିଆରେ ପାଦ ଥାପିଛନ୍ତି। ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ଷ୍ଟୁଡିଓରେ ପ୍ରଥମ ଗୀତ ଗାଇବାର ଅନୁଭୁତିକୁ ନେଇ ବେଶ୍ ଭାବବିହ୍ବଳ ହୋଇପଡ଼ିଥିଲେ ନମିତା।

You might also like