ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ

ଖୋର୍ଦ୍ଧା: ନୟାଗଡ଼ ଚାନ୍ଦପୁର ଅଞ୍ଚଳରୁ ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ ହୋଇଛନ୍ତି। ନିଜକୁ ସଚିବ କହି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଚାକିରୀ ଦେବ କହି ଅନେକ ସମୟରେ ଅର୍ଥ ଲୁଟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର କାହ୍ନୁ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେ ନିଜକୁ ଅତିରିକ୍ତ ହୋମ୍ ସେକ୍ରେଟାରୀ, ଅତିରିକ୍ତ ବିଏମ୍ସି କମିଶନର କହି ଲୋକଙ୍କୁ ଚାକିରୀ ଦେବା ବାହାନାରେ ଅର୍ଥ ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ବହୁ ପୂର୍ବରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏବେ ତାଙ୍କ ନିକଟରୁ ଏକାଧିକ ନକଲି ପରିଚୟ ପତ୍ର, ମୋବାଇଲ,ଏବଂ କାର ଜବତ ହୋଇଥିବା ସୂଚନା ଦେଇଛନ୍ତି ଚାନ୍ଦପୁର ଥାନା ଅଧିକାରୀ।

You might also like