ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ୫ରୁ ୬% ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉଛି। ଅନେକ ରୋଗପ୍ରତିରୋଧକ ଶକ୍ତି ପାଇଁ ଆପଣା ଛାଏଁ ଭଲ ହୋଇଯାଆନ୍ତି ବୋଲି ବିଶିଷ୍ଟ ଇମୁନୋଲୋଜିଷ୍ଟ ରମାନାଥ ମିଶ୍ରଙ୍କ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଏପରି ସୂଚନା ଦିଆଯାଇଛି।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ୫୦%ରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ହାର୍ଡ ଇମ୍ୟୁନିଟି ଡେଭଲପ କରିଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ ସି ଓ ଡି ନେଲେ ଭଲ ବୋଲି ସେ ପରାମର୍ଶ ଦେଇଛନ୍ତି। ସେହିପରି ଟିକା ବିଳମ୍ବ ହେବା ନେଇ ମଧ୍ୟ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ରମାନାଥ ମିଶ୍ର। ୩ୟ ପର୍ଯ୍ୟାୟରେ ଟେଷ୍ଟ ହେଉଥିବାରୁ ଏଥିପାଇଁ ବିଳମ୍ବ ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।