କୋଭିଡ୍‌ ମୁକାବିଲା ପାଇଁ ଭୁବନେଶ୍ୱରବାସୀଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କଠାରେ କୋଭିଡ ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ଦୁଇ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେଲାନ୍ସରୁ ଏହା ସ୍ପଷ୍ଟହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଡୌଧୁରୀ।

ସେ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ ୨ଟି ପାର୍ଟରେ ମୋଟ ୨୫୧୪ଟି ସାମ୍ପଲ ସର୍ଭେ ହୋଇଥିଲା। ଏହା ଭିତରୁ ପ୍ରଥମ ପାର୍ଟରେ ୯୦୦ ସାମ୍ପଲ କମ୍ୟୁନିଟିରୁ ନିଆଯାଇଥିଲା। ଦ୍ୱତୀୟ ପାର୍ଟରେ ୧୬୧୪ ସାମ୍ପଲ କୋଭିଡ ୱାରିଅରଙ୍କ ଠାରୁ ନିଆଯାଇଥିଲା।

ପ୍ରଥମ ପାର୍ଟରେ ଜନବସତିରୁ ନିଆଯାଇଥିବା ୯୦୦ ନମୁନା ମଧ୍ୟରୁ ୧୫ଟି ଏବଂ ୧୬୧୪ରୁ ୧୭ଟି ପଜିଟିଭ ବାହାରିଥିଲା। ଏଣୁ ଭୁବନେଶ୍ୱରରେ ମୋଟ ସାମ୍ପଲର ୧.୨୪% ଲୋକ ସଂକ୍ରମିତ ହୋଇଛନ୍ତି ବୋଲି କମିଶନର କହିଛନ୍ତି।

ପ୍ରକାଶ ଥାଉକି, ଗତକାଲି ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ ଏବଂ ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଥିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ।

ଏହାକୁ ମିଶାଇ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୩୦୬୮ରେ ପହଞ୍ଚିଛି। ୧୭୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୫୦ ସକ୍ରିୟ କେସ୍ ଥିବାବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

You might also like