ରଥ ନିର୍ମାଣକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଇତି ମଧ୍ୟରେ ରଥ ନିର୍ମାଣ ପ୍ରସଙ୍ଗକୁ ନେଇ କାଦୁଅଫିଙ୍ଗା ଚାଲିଲାଣି। କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ। ଲକ୍ ଡାଉନ୍ ଥିବାରୁ ରଥ କାମ ହେବ କି ନାହିଁ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ଅନୁମତି ଲୋଡ଼ିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଲୋଡ଼ିଥିଲା। ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲା ପରିଚାଳନା କମିଟି  ତେବେ ପରିଚାଳନା କମିଟି ମିଟିଂ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା।

ରଥ ନିର୍ମାଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦେଶର ସୁରକ୍ଷା ଦିଗରେ ଯେଉଁ ନିଷ୍ପତ୍ତି, ଆମେ ସମସ୍ତେ ଗ୍ରହଣ କରିବା ଉଚିତ। ସରକାର ସମସ୍ତଙ୍କ ସହ ଆଲୋଚନା କରି ଏ ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ ନ କରିବାକୁ ସେ ମତ ଦେଇଛନ୍ତି।

ଅନ୍ୟପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ମନ୍ତବ୍ୟ ରଖିଛନ୍ତି। ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର, କେନ୍ଦ୍ରର ଏଥିରେ ବିଶେଷ ଭୂମିକା ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରକୁ ଚିଠି ଲେଖିବା ଆବଶ୍ୟକ ନାହିଁ। ଭିଡିଓ କନଫରେନ୍ସିରେ ଦିନକୁ ୧୦ଥର କଥା ହେଉଛନ୍ତି। ଚାହିଁଲେ ବି ରାଜ୍ୟ ପ୍ରଶ୍ନ କରିପାରିବ ବେଲି ବିଜୟ କହିଛନ୍ତି। ରଥଯାତ୍ରା ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ଖୁବ ଶୀଘ୍ର ଆସିବା ଦରକାର। ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମଧ୍ୟ ସମାନ କଥା କହିଛନ୍ତି ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟ ମତ ଦେଲା ପରେ ରଥଯାତ୍ରା ନେଇ ନିଷ୍ପତ୍ତି ବିଳମ୍ବ କରିବାରେ ସରକାରଙ୍କର କୌଣସି ଅଧିକାର ନାହିଁ ବୋଲି ତାରା କହିଛନ୍ତି।

ସେପଟେ ରାଜ୍ୟ ସରକାର ରଥ ନିର୍ମାଣ ନେଇ କେନ୍ଦ୍ରର ଅନୁମତି ଲୋଡ଼ିବା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ମହାପ୍ରଭୁଙ୍କ କାଯର୍ୟକୁ ନେଇ ଡ୍ରାମାବାଜି ଚାଲିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି।

You might also like