ପୁଣି ୩ ତାରିଖରୁ ବର୍ଷା!

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା ୩ ତାରିଖରୁ  ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଥିବାବେଳେ ୪ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୫ ତାରିରେ ବିଭିନ୍ନ ସ୍ଥାନରେ ଅଳ୍ପ ବର୍ଷା ହେବବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।  ୪ ଓ ୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଗତକାଲି କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଗୋପାଳପୁରରେ ସର୍ବାଧିକ ୧୧.୬ ମିଲିମିଟର ବର୍ଷା ହୋଇଥିଲା।

You might also like