ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ: IMD ଡିଜି

ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍‌ଲର ରାଡାର ରହିଥିବା ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ପାଣିପାଗ ସୂଚନା ପାଇଁ ଡଫଲର ରାଡାର ଲାଗିବ। ଏଥିସହିତ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିର ଖୋଲକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୃତ୍ୟୁଞ୍ଜୟ।

ବାତ୍ୟା ଅମ୍ପନର କାହାଣୀ ବଖାଣୁଥିବା ବେଳେ ସଠିକ୍‌ ପୂର୍ବାନୁମାନ ବିଷୟରେ କହିଥିଲେ ମୃତ୍ୟୁଞ୍ଜୟ। ସେ କହିଥିଲେ, ଅମ୍ପନର ଗତିପଥ ଓ ପ୍ରକୋପର ପୂର୍ବାନୁମାନରେ ଆମେ ସଫଳ ହୋଇଛୁ। ଏଥିସହିତ ବାତ୍ୟା ଅମ୍ପନ ଆମ ପୂର୍ବାନୁମାନର ଏକ ସଫଳ କାହାଣୀ ବୋଲି କହିଥିଲେ ମୃତ୍ୟୁଞ୍ଜୟ।

ବାତ୍ୟାର ଓଡ଼ିଶା ଉପରେ ପ୍ରବାଭ ନେଇ ସେ କହିଥିଲେ ବର୍ଷକୁ ୫ଟି ବାତ୍ୟା ମଧ୍ୟରୁ ଓଡ଼ିଶାକୁ ଗୋଟିଏ ପ୍ରଭାବିତ କରୁଛି। ତେଣୁ ପୂର୍ବାନୁମାନ କିପରି ଆହୁରି ନିର୍ଦ୍ଦିଷ୍ଟ ହେବ ସେ ଉଦ୍ୟମ ଜାରି ରହିଛି। ଆଗାମୀ ୫ ବର୍ଷ ଭିତରେ ଏନେଇ ଆମେ ସଫଳ ହେବୁ। କେଉଁ ଅଞ୍ଚଳରେ କେତେ କ୍ଷତି ହେବ ତାର ପୂର୍ବାନୁମାନ କରିପାରିବୁ। ଏବେ ପ୍ରବଳ ବର୍ଷା ନେଇ ୭୮% ପୂର୍ବାନୁମାନ ସଠିକ ହେଉଛି। ବାକି ଥିବା ଗ୍ୟାପକୁ ଆଗାମୀ ଦିନରେ ପୂରଣ କରାଯିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

You might also like