ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟାଲ ହେବ ILS

ଝାରସୁଗୁଡ଼ା  : ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ବ୍ୟବହାର ହେବ। ନିତି ଦିନିଆ ବିମାନ ସେବା ପ୍ରଦାନ ପାଇଁ ଏୟାରପୋର୍ଟ ଅଥରିଟି ଏହି ନିଷ୍ପତ୍ତି ନେଇଛି।

ନୂଆ ନାଭିଗେସନ ସିଷ୍ଟମ ଦ୍ୱାରା ପ୍ରତିକୂଳ ପାଗ ସତ୍ତ୍ୱେ ବିମାନର ଅବତରଣ ଏବଂ ଉଡ଼ାଣ ସମ୍ଭବ ହୋଇପାରିବ। ଆସନ୍ତା ୬ ମାସ ମଧ୍ୟରେ ଏହି ସିଷ୍ଟମ କାର୍ଯ୍ୟକାରୀ ହେବ।

ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନ ବନ୍ଦର ଭାବେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଗତବର୍ଷ ସେପ୍ଟେମ୍ବର ୨୨ରେ ଉଦ୍‌ଘାଟନ କରିଥିଲେ।

You might also like