• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ କରୋନା କେସ୍‌ ବଢ଼ି ଚାଲିଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସିଛି। ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ। ଏହି ୫ ପ୍ରକାରର ଭାଇରସ ହେଲା- 19A, 19B, 20A, 20B ଓ 20C କରୋନା ଭାଇରସ। ଏନେଇ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ଏମାନଙ୍କ ମଧ୍ୟରୁ ରାଜ୍ୟରେ ସବୁଠାରୁ ଅଧିକ 20A, 20B ପ୍ରକାର ଭାଇରସ ଠାବ ହୋଇଛି। ତା ଠାରୁ ଆଶ୍ଚର୍ଯ୍ୟର କଥା ହେଲା 20C ପ୍ରକାରର ଭାଇରସ କେବଳ ଓଡ଼ିଶାରୁ ଠାବ ହୋଇଛି। ଅନ୍ୟ କେଉଁଠାରେ ଏହି ଭାଇରସ୍‌ ଦେଖାଯାଇ ନାହିଁ ବୋଲି ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେହିଭଳି 19A ଭାଇରସ ସହ ୟୁହାନ ଭାଇରସର ବହୁତ ସାମଞ୍ଜସ୍ୟ ରହିଛି ବୋଲି ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଓଡ଼ିଶାରେ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା ହୋଇଛି। ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା। ଗୁଜରାଟ, ଦିଲ୍ଲୀ, ତାମିଲନାଡୁ ଆଦି ୧୩ ରାଜ୍ୟରୁ ଫେରିଥିବା ପ୍ରବାସୀ୧୩ ରାଜ୍ୟରୁ ୧୮ ଜିଲ୍ଲାକୁ ଫେରିଥିବା ୨୨୫ ଲୋକଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏହି ସାମ୍ପଲର ଜେନୋମିକ ଷ୍ଟଡି ପରେ ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛନ୍ତି। ଭାରତକୁ ମୂଳତଃ ୟୁରୋପ ଓ ଦକ୍ଷିଣପୂର୍ବ ଏସିଆରୁ ଭାଇରସ ଆସିଛି।

ଭାଇରସ ପ୍ରକାର ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ। ଦେଖିବାକୁ ପଡ଼ିବ ଗୋଟିଏ ପ୍ରକାର ଭ୍ୟାକସିନରେ ହେବ, ନା ଅଲଗା ଲୋଡ଼ା ୫ ପ୍ରକାର ଭାଇରସ ପାଇଁ ୫ ପ୍ରକାର ଭ୍ୟାକସିନ ନା ଗୋଟିଏରେ ହୋଇଯିବ ତାହା ଗବେଷଣା ସାପେକ୍ଷ ବୋଲି ଅଜୟ ପରିଡ଼ା କହିଛନ୍ତି। ତେବେ ଜୁଲାଇ ପରଠାରୁ ରାଜ୍ୟରେ ସଂକ୍ରମଣ ନେଇ ପୁଣି ଷ୍ଟଡି କରାଯିବ।

 

Ils-director-said-5-type-of-covid-19-virus-found-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories