‘ଅବହେଳା କଲେ ବଢ଼ିବ କରୋନା ସଂକ୍ରମଣ’

ଭୁବନେଶ୍ୱର: ଅବହେଳା କଲେ କରୋନା ସଂକ୍ରମଣ ବଢ଼ିବ। ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ଏଭଳି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେପ୍ଟେମ୍ୱର ୧୧ ତାରିଖରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪ହଜାର ୨୦୦ ସଂକ୍ରମିତ ହେଉଥିଲେ, ହେଲେ ୨୫ତାରିଖ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହିଛି ରାଜ୍ୟରେ ଟେଷ୍ଟିଂ କମିନି, ହେଲେ ବର୍ଷା ଦିନ ହୋଇଥିବାରୁ ସାମ୍ପଲ ସଂଗ୍ରହ ସାମାନ୍ୟ କମିଛିିିି।

ଏବେ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ। କରୋନା ପଜିଟିଭିଟି ହାର ରାଜ୍ୟରେ ୫ ପ୍ରତିଶତରୁ କମ୍। ଆଗକୁ ପୂଜା ଆସୁଛି, ଅଧିକ ସଚେତନ ଦରକାର। ଯଦି ଲୋକ ଅବହେଳା କରିବେ ତାହଲେ ସଂକ୍ରମଣ ବଢ଼ିବ।

ମୃତ୍ୟୁହାର ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ ଏହା କମ୍ ରହିଛି। ଶୀତ ଦିନରେ ଅନ୍ୟ ରୋଗ ଆଶଙ୍କା ଅଧିକ ଥିବାରୁ କରୋନା ଇନ୍ଫେକ୍ସନ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ।

You might also like