ଅବାଧରେ ବାଲି ଚୋରା ଚାଲାଣ ଅଭିଯୋଗ

ବରଗଡ଼: ବେଧଡ଼କ ଭାବେ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ଟ୍ରିପ୍ ଟ୍ରିପ୍ ବାଲି ବାହାର କରାଯାଉଛି। ନା ରୋକିବାକୁ କେହି ଅଛି ନା ଯାଞ୍ଚ କରିବାକୁା ଦୈନିକ ଏଭଳି କାରବାର ଚାଲୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

ବରଗଡ ଜିଲ୍ଲା ଦେଓଗାଁ ପଞ୍ଚାୟତ ଧମନାମୁଣ୍ଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି।

ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି। ବଡ଼ ଗାଡି ଗୁଡିକରେ ବାଲି ଭର୍ତ୍ତି କରି ପୁରୁଣା କେନାଲ ପୋଲ ଦେଇ ଯାଉଥିବାରୁ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି।

ସେପଟେ ବାଲି ବୋଝେଇ ଭାରି ଯାନଗୁଡିକ ଦେଓଗାଁ କେନାଲ ପୋଲ ଦେଇ ଯାଉଥିବାରୁ ପୋଲଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଥିବା ଲୋକେ କହିଛନ୍ତି।

୧୯୫୭ରେ କେନାଲ ନିର୍ମାଣ ସମୟରେ ଏହି ପୋଲଟି ତିଆରି ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ପୋଲଟିର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଏବେ ଭାରିଯାନ ଯାତାୟତ ଏହି ପୋଲକୁ ଆହୁରି ବିପଦସଙ୍କୁଳ ଅବସ୍ଥାକୁ ଠେଲିଦେଇଛି। ସେପଟେ  ଖବର ପାଇଲେ ଜରିମାନା ଆଦାୟ ହେଉଛି ବୋଲି ବରଗଡ଼ ତହସିଲଦାର କହିଛନ୍ତି।

ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବାଲି ଚୋରା ଚାଲାଣକୁ ରୋକାଯାଇ ପାରିଲେ, ଦେଓଗାଁ କେନାଲ ପୋଲ ଉପରେ ଭାରିଯାନ ଚଳାଚଳକୁ ମଧ୍ୟ ସଙ୍କୁଚିତ କରାଯାଇପାରିବ।

(ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ)

You might also like
Comments
Loading...