ବେଆଇନ୍ ବାଲି ଚାଲାଣ ବେଳେ ୯ ହାଇୱା ଜବତ, ୯ ଗିରଫ

କଟକ: ବେଆଇନ୍ ବାଲି ଚାଲାଣ କରୁଥିବା ୯ଟି ହାଇୱା ଗାଡ଼ିକୁ ଜବତ କରିଛି କଟକ ଲାଲବାଗ ଥାନା ପୁଲିସ୍। ବାଲି ଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ହାଇୱାରେ ବାଲି ବୋଝେଇ ହୋଇ ରିଂବନ୍ଧ ଦେଇ ଯାଉଥିବା ବେଳେ ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲା ପୁଲିସ। ତେବେ ଯାଞ୍ଚ ବେଳେ ହାଇୱାଗୁଡ଼ିକର କୌଣସି କାଗଜପତ୍ର ନଥିବା ଜଣାପଡ଼ିଥିଲା। ଫଳରେ ପୁଲିସ ଏହି ଗାଡ଼ିଗୁଡିକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

 

You might also like