ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ: ନିଦା ବିଷ୍ଣୁ ପ୍ରଶାସନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ନଦୀ ପଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତୀ। ଦିନ ଦ୍ୱି ପ୍ରହରରେ ବେଧଡ଼କ ଭାବେ ଶହ ଶହ ବାଲି ଟ୍ରକ୍‌ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ତହସିଲର ପହଣ୍ଡି, ଦିଗଶିରାରେ ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।

ଏ ନେଇ ସ୍ଥନୀୟ ବାସିନ୍ଦା ଅଭିଯୋଗ କଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଆଗକୁ ଏହା ବନ୍ଦ ନ ହେଲେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଅଙ୍ଗନଦୀ ପଠାରୁ  ଡମ୍ଫର ସମେତ ବଡ଼ ଟ୍ରକରେ ବାଲି ଚୋରା ଚାଲାଣ ହେଉଛି। ଏହା ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ମଧ୍ୟ ହେଉଛି। ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ପ୍ରଶାସନ ପକ୍ଷରୁ ଗୋଟିଏ ଦୁଇଟି ଟ୍ରାକ୍ଟର୍‌ରୁ ଜୋରିମନା ଆଦାୟ ପରେ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ଆଗକୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 

You might also like