ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବେଧଡ଼କ୍‌ ଭାବେ ଚାଲିଛି ବାଲି ଚାଲାଣ। ଗୋପାଳପୁର ବନ୍ଦର ଦେଇ ରାଜ୍ୟ ବାହାରକୁ ଶହ ଶହ ଟ୍ରକ୍‌ ବାଲି ଚାଲାଣ ହେଉଛି। ଏପରିକି ଅନେକ ଜାଗାରେ ବିନା ଅନୁମତିରେ ଚାଲାଣ ହେଉଥିଲେ ବି ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି।

ନଦୀରୁ ବେଧଡକ୍‌ ଭାବେ ଚାଲିଛି ବାଲି ଚାଲାଣ। ଦୈନିକ ଶହ ଶହ ଟ୍ରକ୍‌ରେ ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ସେପଟେ ବାଲି ଚାଲାଣ ନେଇ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଯୋଗାଯୋଗ କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ହେଲେ ଜିଲ୍ଲାପାଳ କହିଛନ୍ତି, ନିୟମ ମୁତାବକ ନିଲାମ ମାଧ୍ୟମରେ ବାଲି ଯାଉଛି।  ଏନେଇ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

You might also like