ଜିଲ୍ଲାପାଳଙ୍କ ନାଁ ନେଇ ସରପଞ୍ଚଙ୍କୁ ଚାନ୍ଦା ମାଗୁଛନ୍ତି ବିଡିଓ !

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ନା ନେଇ ସରପଞ୍ଚମାନଙ୍କୁ ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ସମେତ କୋରାପୁଟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏକ ଭାଇରାଲ ଅଡିଓରେ ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି।

ବିଡିଓ ଦିଲ୍ଲୀପ ପଟ୍ଟନାୟକ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ ପିଛା ୩୦ ହଜାର ଟଙ୍କା ଆଦାୟ କରି ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କୁହାଯାଇଥିବା ଫୋନ ବାର୍ତ୍ତାଳାପରେ ଜଣେ ମହିଳା ସରପଞ୍ଚ କହୁଛନ୍ତି। ବିବାଦ ଏତିକିରେ ସରୁନି, ସଂପୃକ୍ତ ବିଡିଓଙ୍କ ବିରୋଧରେ ଜଣେ ଠିକାଦାର ମଧ୍ୟ ପିସି କାରବାରର ଅଭିଯୋଗ ଆଣିଛନ୍ତି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତରେ ବିଜୁ କେବିକେ ଯୋଜନାରେ ବିଦ୍ୟୁତ କାମ କରି ଟଙ୍କା ପାଇନଥିବା ବ୍ୟକ୍ତି ଜଣଙ୍କ ଏହି ଅଭିଯୋଗ ଆଣିଛନ୍ତି।

ସରପଞ୍ଚଙ୍କୁ ଚାନ୍ଦା ମାଗିବା ଅଭିଯୋଗ ନେଇ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ।  ଲିଖିତ ଅଭିଯୋଗ ସହ ବିଡିଓ ଚାନ୍ଦା ମାଗିବାର କୌଣସି ପ୍ରମାଣ ଦେଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ କହିଛନ୍ତି ଜିଲ୍ଲାପାଳ କହିଛନ୍ତି।

You might also like