ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ
ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍ଜି ପାଣ୍ଡିଅା, OMDC ଓ MR ଖଣି ମାଲିକ ପ୍ରଶାସନ ନିକଟରେ ହାଜର ହୋଇଛନ୍ତି।
OPDR ଆକ୍ଟ ଅନୁଯାୟୀ ହୋଇଥିବା ନୋଟିସ୍ ଅାଧାରରେ ସମସ୍ତ ମାଲିକ ହାଜର ହୋଇଛନ୍ତି। ଓକିଲଙ୍କ ଧର୍ମଘଟ ଯୋଗୁଁ ଅାଜି ନିଜ ଅଧତ୍କାରୀଙ୍କ ସହ ହାଜର ହୋଇଥିଲେ ଖଣି ମାଲିକ।