• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜଧାନୀରେ ଜୋରସୋର୍‌ରେ ଚାଲିଛି ଚୋରା ବନ୍ଧୁକ କାରବାର । ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରହିଛି ରିଭଲଭର, ୯ MM ପିସ୍ତଲ ଓ ପଏଣ୍ଟ ୭୬୫ MM ପିସ୍ତଲ । ଏହି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ୪ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଅଟୋ ଡ୍ରାଇଭର, ଝାଲ୍ ମୁଢ଼ି ବେପାରି, ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଛଦ୍ମବେଶରେ ଚଲାଇଥିଲେ ବେଅାଇନ ବନ୍ଧୁକ କାରବାର।

ଗୋଟିଏ ଗୋଟିଏ ବନ୍ଧୁକର ଦାମ୍ ୧୦ ହଜାର ଟଙ୍କାରୁ ଅାରମ୍ଭ କରି ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।  ଅତ୍ୟାଧୁନିକ କାର୍‌ବାଇନ୍ ଭଳି ବନ୍ଧୁକର କାରବାର ବି ହେଉଥିବା ଏମାନଙ୍କ ଠାରୁ ସୁରାଗ୍‌ ମିଳିଛି। ଖଣ୍ଡଗିରି, ନୟାପଲ୍ଲୀ ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ କରି ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି।

ପ୍ରଶ୍ନ ଉଠୁଛି, କେଉଁଠୁ ଅାସୁଛି ଏହି ସବୁ ଚୋରା ବନ୍ଧୁକ। ଅଭିଯୁକ୍ତମାନେ କାହାକୁ ବିକ୍ରି କରିଥାନ୍ତେ। ନିର୍ଦ୍ଦିଷ୍ଟ କୌଣସି ଅପରାଧୀ, ଗ୍ୟାଙ୍ଗଷ୍ଟରକୁ ବିକ୍ରି କରିଥାନ୍ତେ କି ? ନା ଅାଉ କେଉଁ ଡିଲରକୁ ଦେଇଥାନ୍ତେ। ଚୋରା ବନ୍ଧୁକ କାରବାରକୁ ରୋକିବା ପାଇଁ ଅାଗରୁ କମିଶନରେଟ ପୁଲିସ କରିଥିଲା ଅପରେସନ ବ୍ଲାକ୍‌ ସ୍ମୋକ୍ । ପୁଣି ଥରେ ଟ୍ୱିନ୍ ସିଟିରେ ଏହାର ସ୍ପେଶାଲ ଡ୍ରାଇଭ୍ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର୍।

କିଛି ମାସ ଭିତରେ କମିଶନରେଟ ପୁଲିସ୍‌ କେବଳ ଭୁବନେଶ୍ୱରରୁ ୧୫ଟି ଚୋରା ବନ୍ଧୁକ ଜବତ କରିଛି। ଗିରଫ ହୋଇଛନ୍ତି ୩୦ ଜଣ ଅଭିଯୁକ୍ତ। ଡିଲ୍ କରୁଥିବା ଅଭିଯୁକ୍ତଙ୍କ ଠାରୁ ତଥ୍ୟ ନେଇ ବନ୍ଧୁକ ଯୋଗାଉଥିବା ଓ କିଣୁଥିବା ବ୍ୟକ୍ତିଙ୍କ ପାଖରେ କମିଶନରେଟ ପୁଲିସ ପହଞ୍ଚି ପାରିବ କି, ତାହା ଏକ ବଡ଼ ପ୍ରଶ୍ନ।

https://youtu.be/HBLNW3PuBqQ

Illegal-gun-peddling-racket-busted-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories