ଜୋରିମାନା ବାଟମାରଣା: ଯେତିକି ନେଲେ, ଅଧା ଗାଏବ କରିଦେଲେ !

ଭୁବନେଶ୍ୱର: ଲକଡାଉନ ବେଳେ ଲୋକଙ୍କଠୁ ଆଦାୟ ହୋଇଥିବା ଫାଇନ୍ ବାଟମାରଣା ହୋଇଥିବା ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ଆସିଛି କମିଶନରେଟ୍ ପୋଲିସ ବିରୋଧରେ। ଗତ ଜୁଲାଇ ୨୦ରେ ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି କଟକ ଚାଉଳିଆଗଞ୍ଜ ଥାନା ନିକଟରେ ଲକଡାଉନ ନିୟମ ଉଲ୍ଲଂଘନ କରି ଘରୁ ବାହାରିଥିବା ନେଇ ୨୦୦ ଟଙ୍କା ଫାଇନ୍ ଦେଇଥିଲେ। ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ଫାଇନର ରସିଦ ମଧ୍ୟ ଦିଆଯାଇଥିଲା।

ତେବେ ସନ୍ଦେହ ହେବାରୁ ଆରଟିଆଇରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ସମ୍ପୃକ୍ତ ବ୍ୟକ୍ତି। କମିସନରେଟ ପୋଲିସ ପକ୍ଷରୁ ଆରଟିଆଇରେ ଦିଆଯାଇଥିବା ତଥ୍ୟରେ ତାଙ୍କ ନାଁରେ ୧୦୦ ଟଙ୍କା ରସିଦ କଟାଯିବା ସହ ରସିଦର ନକଲ ମଧ୍ୟ ଦିଆଯାଇଛି ବୋଲି ଜାଣିବାକୁ ପାଇଥିଲେ।

ଘଟଣା ପଦାକୁ ଆସିବା ପରେ କମିଶନରେଟ ପୋଲିସ ଓ କଟକ ଡିସିପିଙ୍କୁ ଟ୍ୱିଟ୍ କରି ଜଣେ ସୂଚନା ଅଧିକାର କର୍ମୀ ଘଟଣାର ତଦନ୍ତ ପାଇଁ ନିବେଦନ କରିଛନ୍ତି। ଅନ୍ୟପଟେ ଘଟଣାକୁ ଗୁରୁତର ଭାବେ ନେବା ସହ ତଦନ୍ତ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କୁହାଯାଇଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି।

You might also like