ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି, ବଢୁଛି ପ୍ରଦୂଷଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅାଖପାଖ ଅଂଚଳରେ ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି। ଫଳରେ ଉତ୍ତାପ ବଢିବା ସହ ପ୍ରଦୂଷଣ ବି ବଢ଼ିଚାଲିଛି।

ଗୋଟିଏ କି ଦୁଇଟି ନୁହେଁ ସହର ଅାଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁ ଉତ୍ତାପ ବଢ଼ିବା ସହ ଭାଟିର ଧୁଅାଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଅାଉ ଏଥିପାଇଁ ପରିବେଶ ପ୍ରଦୂଷଣ ବି ବଢୁଛି। ଅାଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡ଼ରେ ବେଅାଇନ ଭାବେ ଇଟାଭାଟି ଗଢ଼ି ଉଠିଥିଲେ ବି ପ୍ରଶାସନ ନିରବ ରହିଛି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।


ସେପଟେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସିଧାସଳଖ ନହେଲେ ବି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଅାଗକୁ ବେଅାଇନ୍ ଇଟାଭାଟି ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

(ପାରଳାଖେମୁଣ୍ଡିରୁ ଅାଦର୍ଶ ଦାସଙ୍କ ରିପୋର୍ଟ)

You might also like