ଖୋର୍ଦ୍ଧା ପରେ ଝାରପଡା ଜେଲରେ ନିଶା କାରବାର; ଭିଡିଓ ଭାଇରାଲ

ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏବେ  ଭୁବନେଶ୍ୱର ଝାରପଡା ଜେଲରେ ନିଶା କାରବାର ଚାଲିଥିବ ଭିଡିଓ ସାମ୍ନାକୁ ଅସିଛି । ରାଜଧାନୀର କେନ୍ଦ୍ରରେ  ଥିବା ଏଇ ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ  ଟଙ୍କା ଦିଆନିଆ ଚାଲିଥିବା ଭିଡିଓ ଭାଇରାଲ ପରେ ଏନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଜେଲର କଡା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏହି କାରବାର କରାଯାଇଛି ସେ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି।

ଅନ୍ୟପକ୍ଷେ ଭିଡିଓ କେବେର, କିଏ ଏହି ଭିଡିଓ ଉତ୍ତୋଳନ କଲା ଏବଂ କିଭଳି ପଦାକୁ ଆସିଲା, ସେନେଇ ସ୍ପଷ୍ଟ ହୋଇନି  । ତେବେ ଭିଡିଓରେ କେହି ଟଙ୍କା ଦେଇ ସିଗାରେଟ, ଗଞ୍ଜେଇ ନେଉଥିବା ଦେଖିବାକୁ ମିଳିଛି।

ତେବେ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ। ସୂଚନାଥାଉ କି, ଝାରପଡା ପୂର୍ବରୁ ଖୋର୍ଦ୍ଧା ଜେଲରେ ବି ନିଶା କାରବାର ଚାଲିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଚଢାଉ ହୋଇଥିଲା।  ଏହାପରେ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଏହି ଭିଡିଓ ଖୋର୍ଦ୍ଧ ଜେଲ  ୫ ନମ୍ବର ୱାର୍ଡର ଭିଜୁଆଲ ବୋଲି  ସ୍ପଷ୍ଟ କରିଛନ୍ତି ଏସ୍‌ପି।

You might also like