ଅସୁସ୍ଥ ଭାଲୁ ଛୁଆ ଉଦ୍ଧାର

ବାଲେଶ୍ୱର : ନୀଳଗିରି ବ୍ଲକ୍‌ ଢୋଲପୁର ଗାଁରେ ପାହାଡ଼ ପାଖରୁ ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। କୁଲଢ଼ିଆ ବନବିଭାଗ କର୍ମଚାରୀ ଏହି ଭାଲୁ ଛୁଆକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛନ୍ତି। ବନବିଭାଗ ଟିମ୍‌ ପକ୍ଷରୁ ଉଦ୍ଧାର ଭାଲୁ ଛୁଆର ଚିକିତ୍ସା କରାଯାଉଛି।

ଚଳିତ ମାସ ବାଲେଶ୍ୱର ଜିଲାରେ ୪ ଟି ଭାଲୁଙ୍କ ମୃତ୍ୟ ହୋଇସାରିଛି। ପୁଣି କୁଲଢ଼ିଆ ବନବିଭାଗ ଅଧୀନ ଢୋଲପୁର ଗ୍ରାମ ପାହାଡ଼ ନିକଟରୁ ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି। ନୀଳଗିରିରେ ଏଭଳି ଭାଲୁ ମଡ଼କ ଘଟଣା ସାମ୍ନାକୁ ଆସିବା ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

You might also like